କନ୍ଦାଉଛି ମୃତ୍ୟୁର ଭାଇରସ କରୋନା: ଆଜି ୫୯୫ ଆକ୍ରାନ୍ତ; ୧୩ ହଜାର ଡେଇଁଲା ସଂଖ୍ୟା, ମୃତ୍ୟୁ ସଂଖ୍ୟା ହେଲା ଏତିକି…

କନ୍ଦାଉଛି ମୃତ୍ୟୁର ଭାଇରସ କରୋନା: ଆଜି ୫୯୫ ଆକ୍ରାନ୍ତ; ୧୩ ହଜାର ଡେଇଁଲା ସଂଖ୍ୟା, ମୃତ୍ୟୁ ସଂଖ୍ୟା ହେଲା ଏତିକି…
କନ୍ଦାଉଛି ମୃତ୍ୟୁର ଭାଇରସ କରୋନା: ଆଜି ୫୯୫ ଆକ୍ରାନ୍ତ; ୧୩ ହଜାର ଡେଇଁଲା ସଂଖ୍ୟା, ମୃତ୍ୟୁ ସଂଖ୍ୟା ହେଲା ଏତିକି…

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି ।

୩ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏମାନଙ୍କର ବୟସ ଯଥାକ୍ରମେ ୫୦, ୫୬ ଏବଂ ୬୫ ବର୍ଷ ଓ ଏମାନେ ସମସ୍ତେ ପୁରୁଷ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬, କୋରାପୁଟରୁ ୪୪ , ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୂରଭଞ୍ଜରୁ ୧୪, ବାଲେଶ୍ବର, ଭଦ୍ରକ ଓ କଟକରୁ ୧୧ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ଜଗତସିଂହପୁର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, କଳାହାଣ୍ଡିରୁ ୪, ବରଗଡ଼ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ, ବଲାଙ୍ଗିରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ଦିଆଯାଇଛି ।

Share this story

World Odia Language Conferene