ଏକାଠି ହେବେ ଅନୁଭବ ଏବଂ ବର୍ଷା!, ଆଶାର ଆଲୋକରେ ଆସୁଛନ୍ତି ଦମ୍ପତ୍ତି ଦ୍ୱୟ, ପ୍ରସାରଣ ସମୟକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ…

ଏକାଠି ହେବେ ଅନୁଭବ ଏବଂ ବର୍ଷା!, ଆଶାର ଆଲୋକରେ ଆସୁଛନ୍ତି ଦମ୍ପତ୍ତି ଦ୍ୱୟ, ପ୍ରସାରଣ ସମୟକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ…
ଏକାଠି ହେବେ ଅନୁଭବ ଏବଂ ବର୍ଷା!, ଆଶାର ଆଲୋକରେ ଆସୁଛନ୍ତି ଦମ୍ପତ୍ତି ଦ୍ୱୟ, ପ୍ରସାରଣ ସମୟକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ…

ଓଡ଼ିଆ ଗସିପ୍ ବ୍ୟୁରୋ: ଜୀବନ ଦୋଛକିରେ ସମ୍ପର୍କ । ଏକାଠି ହେବେ ଅନୁଭବ ଏବଂ ବର୍ଷା । ଏଥିପାଇଁ ସେମାନେ ଏକ ଟେଲିଭିଜନ ଚ୍ୟାନେଲର ସୋ’ ‘ଆଶାର ଆଲୋକ’ରେ ଏକାଠି ଦମ୍ପତ୍ତି ଦ୍ୱୟ ନଜରରେ ଆସିବେ । ଏବଂ ଏହାର ସିଧା ପ୍ରସାରଣ ଦେଖିବା ସମୟର ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ହେଲେ ଏହି ଖବର କେତେ ସତ ତାହା ତ ସମୟ ହି କହିବ ।

ଗୋଟିଏ ପଟେ ରିୟଲ ଲାଇଫ୍‌ରେ ଦମ୍ପତ୍ତି ଦ୍ୱୟଙ୍କ ଦାମ୍ପତ୍ୟ ଜୀବନ ଭିତରେ ବଡ଼ ଫାଟକ ସୃଷ୍ଟି ହୋଇଥିବା ବେଳେ ସେମାନଙ୍କ ଆପୋସ ବିଝାମଣା ପାଇଁ ସାମାଜିକ କର୍ମୀ ଅଣ୍ଟା ଭିଡ଼ିଥିବା ବେଳେ ଏବେ ଏହି ଭାଇରାଲ ଖବର ସେମାନଙ୍କ ଫ୍ୟାନ୍‌ଙ୍କୁ ଚିନ୍ତାରେ ପକାଇଛି । କିଏ କିଏ ଦୁଇ ସେଲିବ୍ରେଟି ପୁଣି ଥରେ ଏକାଠି ରୁହନ୍ତୁ ବୋଲି କମେଣ୍ଟ କରିଥିବା ବେଳେ ବହୁ ଲୋକେ ମନଖୋଲି ଗାଳି କରିଛନ୍ତି । ସତ କଣ ଚାଲନ୍ତୁ ଜାଣିବା…

ସତରେ କଣ ପୁଣି ଏକାଠି ହେବେ ବର୍ଷା ଅନୁଭବ ? ପୁଣି କଣ ଯୋଡି ହେବ ତାଙ୍କ ସୁନାର ସଂସାର ? ଏଭଳି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଚର୍ଚ୍ଚା ମଧ୍ୟ ଗୋଟିଏ ପରିବାରର ସମ୍ମାନ ହାନି କରୁଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ?

ସୂଚନା ମୁତାବକ ବର୍ଷାର ଅଭିଯୋଗ ପରେ କୋର୍ଟରେ ଛାଡପତ୍ରକୁ ନେଇ ଅନୁଭବ୍ ୪୭ ପୃଷ୍ଚା ର ପିଟିସନ୍ ଦାଖଲ କରି ଥିଲେ । ଏବଂ ପତ୍ନୀଙ୍କ ଏହି ପରି ଅଭିଯୋଗ ତାଙ୍କୁ ମର୍ମାହତ କରି ଥିବାର ସେ ଉଲ୍ଳେଖ କରି ଥିଲେ । ସେହି ପରି ଅନ୍ୟ ପଟରେ କିଛି ଦିନ ତଳେ ବର୍ଷା ଘରେ ଥିବା ବେଳେ ଅନୁଭବଙ୍କ ଦୁଇ ସାଇ ଘରେ ପସି ଭିଡ଼ିଓ କରୁ ଥିବା ବେଳେ ବର୍ଷାକୁ ବର୍ତମାନ ସମୟ ରେ ପ୍ରୋଟେକ୍ସନ୍ ଦିଆ ଯାଉ ବୋଲି ତାଙ୍କର ଓକିଲ କହିଛନ୍ତି ।

ସେହି ପରି ଅନୁଭବ କହି ଥିଲେ ଗୋଟିଏ ମହିଳା ଭାବେ ବର୍ଷାଙ୍କୁ ବହୁତ ସମ୍ମାନ କରେ ଆମର ସଂମ୍ପର୍କ ଘରେ ସମାଧାନ ହୋଇ ପାରି ନ ଥିବା ହେତୁ ଆମେ ମାନେ ଉଚ୍ଛନ୍ୟୟଳୟର ଦ୍ୱାରସ୍ଥ ହୋଇଛୁ । ହେଲେ ବର୍ଷା କହିଥିଲେ ମୁଁ ଅନୁବଭଙ୍କୁ ବାହା ହୋଇଛି ତେଣୁ ମଥାର ସୁନ୍ଦର ମୋ ପାଇଁ ସାଧାରଣ କଥା ନୁହେଁଁ ହେଲେ ମୁଁ ଚାହୁଁ ନାହିଁ ଏହି ସଂମ୍ପର୍କ ଭାଙ୍ଗୁ ବୋଲି ।

ଏସବୁ ଭିତରେ କିଛି ଚକ୍ରାନ୍ତକାରୀ ଓ ମିଥ୍ୟା ପ୍ରଚାର କାରୀ ଅନୁଭବଙ୍କ ଭଳି ଜଣେ ଦକ୍ଷ ରାଜନେତାଙ୍କ ସମ୍ମାନ ହାନି କରିବା ସହ ତାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଉଛନ୍ତି । ଏଭଳିକି ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଛନ୍ତି ଯେ ସେ ଓଟିଭିର ଏକ ଫ୍ୟାମିଲି କାଉନସେଲିଂ ପ୍ରୋର୍ଗ୍ରାମକୁ ଯାଇ ନିଜ ପରିବାର ସଜାଡ଼ିବେ । ଯାହାକି ସମ୍ପୂର୍ଣ୍ଣ ମିଛ । ଓଡିଶା ପୋଲିସ ଏଭଳି ଗୁଜବ ପ୍ରଚାର କାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

Share this story

World Odia Language Conferene