ଆଜି ଯଦି ସୁଶାନ୍ତ ସିଂ ବଞ୍ଚିଥାନ୍ତେ ! ଏବେ ଲଢ଼େଇ କରୁଛନ୍ତି ବାପା କେକେ ସିଂ…

ଆଜି ଯଦି ସୁଶାନ୍ତ ସିଂ ବଞ୍ଚିଥାନ୍ତେ ! ଏବେ ଲଢ଼େଇ କରୁଛନ୍ତି ବାପା କେକେ ସିଂ…
ଆଜି ଯଦି ସୁଶାନ୍ତ ସିଂ ବଞ୍ଚିଥାନ୍ତେ ! ଏବେ ଲଢ଼େଇ କରୁଛନ୍ତି ବାପା କେକେ ସିଂ…

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡର ଧୋନୀଙ୍କୁ ଇହଧାମ ତ୍ୟାଗ କରି ସ୍ୱର୍ଗକୁ ଯିବାର ବହୁ ଦିନ ବିତିଗଲାଣି । ହେଲେ ଏବେ ବି ରହସ୍ୟ ଘେରରେ ରହିଛି ଏହି ତାରକାଙ୍କ ମୃତ୍ୟୁର ରାଜ । ନାନା ମୁନୀ ନାନା ମତ ଭଳି ତଥାକଥିତ ଆତ୍ମହତ୍ୟାକୁ ଭିନ୍ନ ଭିନ୍ନ ରୂପ ଦେବାକୁ ଚେଷ୍ଟା କରାଯାଉଛି । ସମୟ ଯେତେ ଯେତେ ବଢୁଛି ସସପେନ୍ସ ବି ସେତେକି ସେତିକି ମନ ଭିତରେ ଘର କରୁଛି । ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ଏକ ସୁଚିନ୍ତିତ ହତ୍ୟା ବୋଲି କହୁଛନ୍ତି ।

ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ହେଉ ଅବା ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସେପଟେ ସିବିଆଇ ତଦନ୍ତ ଜାରି ରହିଛି । ଗୋଟେ ପଟେ ଏମ୍ସ ଡାକ୍ତର ଷଡଯନ୍ତ୍ର ଆଣିଥିବା ବେଳେ ଅନ୍ୟପଟେ ସିବିଆଇ ଏହାକୁ ଗୁରୁତ୍ୱର ସହ ନେଇଛି । ମାମଲାକୁ ହତ୍ୟାର ଦିଗରେ ତଦନ୍ତ ଚଳାଇଛି ।

ଏଯାଏଁ ମାମଲାର ତଥ୍ୟ କିଛି ମାତ୍ରାରେ ଲୁକାୟିତ ରହିଥିବାରୁ ଲାଗୁଛି ଯେମିତି ଥରେ ନୁହେଁ ଏବେ ପ୍ରତିଦିନ ମରୁଛନ୍ତି ସୁଶାନ୍ତ ସିଂ ।

ଏବେ କଥା ହେଉଛି ଏତେ ସବୁ ତଦନ୍ତ ଭିତରେ ଖସି ଯିବନି ତ ପ୍ରକୃତ ଦୋଷୀ ? କାହିଁକିନା ଏବେ ସନ୍ଦେହ ଘେରରେ ବଲିଉଡ୍ ର ତଥାକଥିତ ବ୍ୟକ୍ତିଙ୍କୁ ଆଉ କିଏ କାଠ ଗଡ଼ାକୁ ଟାଣିବାକୁ କହୁନାହାନ୍ତି ବରଂ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ସବୁ ଦୋଷ ଦେଉଛନ୍ତି ଏବଂ ସେ ଏବେ ବିଚାର ବିଭାଗୀୟ ହାଜତରେ ଦିନ କାଟୁଛନ୍ତି ।

ସେପଟେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଇଡି ପକ୍ଷରୁ ବିଧିବଦ୍ଧ ଭାବେ ଏକ ମନି ଲଣ୍ଡରିଂ ମାମଲା ଆଗତ ହୋଇଥିଲା । ଏବଂ ତଦନ୍ତ ପାଇଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ସଂପୃକ୍ତ ପକ୍ଷମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ।

Share this story

World Odia Language Conferene