ଆଜିର ରାଶିଫଳ: ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ

ଆଜିର ରାଶିଫଳ: ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ
ଆଜିର ରାଶିଫଳ: ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ । ପୂଜାର୍ଚନା ପାଇଁ ଅନୁକୁଳ ରହିବ । ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ । ବିଦେଶ ଯିବା ଲୋକ ଶୁଭ ଖବର ପାଇବେ ।

ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ । ନେତାଙ୍କ ମାଧୢମରେ ଲାଭ ପାଇବେ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । ପାରିବାରିକ ଜୀବନ ଶାନ୍ତିମୟ ହେବ ।

ମିଥୁନ: ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ । ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ । ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ ।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ । ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ । ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ ।

ସି˚ହ: ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି । ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ । ଆୟ ବୃଦ୍ଧି ହେବ । ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ । ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ । ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ।

କନ୍ୟା: ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ । ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ । ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ । କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ ।

ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ । ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି । ବାହନ କିଣିବା ଲାଗି ମନ ବଳିବ ।

ବିଛା: ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ । ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ ।

ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ । କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ । ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ । ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ ।

ମକର: ପରିବାରରେ ଏକତା ଓ ପ୍ରେମ ବଢ଼ିବ । ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।

କୁମ୍ଭ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ ।

ମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ । ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ । ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ ।

Share this story

World Odia Language Conferene