ଅଯୋଧ୍ୟାରେ ‘ରାମଯୁଗ’ର ଶିଳାନ୍ୟାସ; ବିଦେଶରେ ‘କଳିଯୁଗ’ ଅନ୍ତର ଅୟମାରମ୍ଭ, ଦେଖନ୍ତୁ ଭିଡ଼ିଓ

ଅଯୋଧ୍ୟାରେ ‘ରାମଯୁଗ’ର ଶିଳାନ୍ୟାସ; ବିଦେଶରେ ‘କଳିଯୁଗ’ ଅନ୍ତର ଅୟମାରମ୍ଭ, ଦେଖନ୍ତୁ ଭିଡ଼ିଓ
ଅଯୋଧ୍ୟାରେ ‘ରାମଯୁଗ’ର ଶିଳାନ୍ୟାସ; ବିଦେଶରେ ‘କଳିଯୁଗ’ ଅନ୍ତର ଅୟମାରମ୍ଭ, ଦେଖନ୍ତୁ ଭିଡ଼ିଓ

ଓଡ଼ିଆ ଗସିପ୍ ବ୍ୟୁରୋ: ସରି ସରି ଯାଉଛି କଳିଯୁଗ । ପାପୀଙ୍କ ମନରୁ ପାପ ଦୂର ହେବ, ଅମଣିଷ ଦେବତାଙ୍କ ସାନିଧ୍ୟ ପାଇ ପବିତ୍ର ପବିତ୍ର ଅନୁଭବ କରିବେ, କାହିଁକିନା ଅଯୋଧ୍ୟାରେ ରାମଯୁଗର ଶିଳାନ୍ୟାସ ସରିଛି ।

ଆଉ ଆରମ୍ଭ ହେବାକୁ ଯାଉଛି ଭିନ୍ନ ଏକ ଦୁନିଆ ଯେଉଁଠି ସାରା ସଂସାର ରାମ ମୟ ରାମମୟ ହେବ । ସେପଟେ କିନ୍ତୁ କଳିଯୁଗର ଅନ୍ତ ଆରମ୍ଭ ହୋଇଯାଇଛି । ପଢ଼ନ୍ତୁ ପୂରା ଖବର ।…

ଗତକାଲି ବିରୁଟ୍ ବନ୍ଦରରେ ଘଟିଥିବା ବିଶାଳ ବିସ୍ଫୋରଣ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ବିସ୍ଫୋରଣ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେ‌ଳେ ଭିଡିଓରେ ବିସ୍ଫୋରଣ କେତେ ଭୟାବହ ଥିଲା, ତାହାର ଆକଳନ କରାଯାଇ ପାରୁଛି ।

ଏହି ଦୁର୍ଘଟଣାରେ ପ୍ରାୟ ୧୦୦ଜଣ ପ୍ରାଣ ହରାଇଥିବା ବେଳେ ୪,୦୦୦ରୁ ଅଧିକ ଲୋକ ଆହତ ହୋଇଥିବାର ଖବର ରହିଛି ।

ବିସ୍ଫୋରଣର କାରଣ ଜାଣି ପାରୁ ନ ଥିବା କଥା ଲେବାନୀୟ ସରକାରୀ ଅଧିକାରୀମାନେ କହୁଥିବା ବେଳେ ସେ କାହିଁକି ଏହାକୁ ଦୁର୍ଘଟଣା ନୁହେଁ, ଆକ୍ରମଣ ବୋଲି କହୁଛନ୍ତି ବୋଲି ଟ୍ରମ୍ପ୍‌ଙ୍କୁ ପଚରା ଯାଇଥିଲା ।

ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଲେ, ବିସ୍ଫୋରଣଭିତ୍ତିକ ହୋଇଥିବାରୁ ସେମିତି ଜଣାପଡୁଛି । ଆମର ବଡ଼ ବଡ଼ ଜେନେରାଲ୍‌ମାନଙ୍କୁ ଭେଟିଥିଲି । ତାହା ଆକ୍ରମଣ ସଦୃଶ ବୋଲି ସେମାନଙ୍କର ମନେହେଉଛି ।

ଏହା କୌଣସି କାରଖାନା ବିସ୍ଫୋରଣ ଘଟଣା ଭଳି ନୁ‌ହେଁ । ସେମାନେ ଭାବୁଛନ୍ତି ଏଇଟା ଆକ୍ରମଣ । ହଁ, ତାହା କୌଣସି ପ୍ରକାର ବୋମା ।

ବିସ୍ଫୋରଣ ଯୋଗୁଁ ବନ୍ଦରର ଅଧିକାଂଶ ଅଂଶ ଧରାଶାୟୀ ହୋଇଛି । ଏଥିଯୋଗୁଁ ସମଗ୍ର ରାଜଧାନୀରେ କୋଠାବାଡ଼ି ନଷ୍ଟ ହେବା ସହ ଗୋଟାଏ ପ୍ରକାଣ୍ଡ ଛତୁ ଆକୃତିର ଧୂଆଁ ଆକାଶକୁ ଉଠିଥିଲା ।

ଲେବାନୀୟ ରାଷ୍ଟ୍ରପତି ମାଇକେଲ୍ ଆଉନ୍ ‌ଦେଶର ‘ସର୍ବୋଚ୍ଚ ପ୍ରତିରକ୍ଷା ପରିଷଦ୍‌’ର ଜରୁରୀ ବୈଠକ ଡକାଇଛନ୍ତି । ପ୍ରଧାନମନ୍ତ୍ରୀ ହସନ୍ ଦିଆବ ବୁଧବାରକୁ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଏକାଥରକେ ଦୁଇ ଦୁଇଟି ବିସ୍ଫୋରଣ ହୋଇଥିଲା । ଏକ ଗୋଦାମଘରେ ପ୍ରାୟ ୬ବର୍ଷ ଧରି ଗଚ୍ଛିତ ଥିବା ବିସ୍ଫୋରକରୁ ଏହି ବିସ୍ଫୋରଣ ଘଟିଥିବା ଅଭିଯୋଗ ହୋଇଛି ।

ରାଷ୍ଟ୍ରପତି ମାଇକେଲ ଆଉନ୍‌ ଟ୍ଵିଟ୍‌ କରି କହିଛନ୍ତି ପ୍ରାୟ ୨ହଜାର ୭୫୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଅସୁରକ୍ଷିତ ଭାବେ ଗଚ୍ଛିତ ରଖାଯାଇଥିଲା । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଘଟଣାରେ ଯିଏ ଦୋଷୀ ଥିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମୁଖ୍ୟ କହିଛନ୍ତି ।

Share this story

World Odia Language Conferene